ଗୋଖାଦ୍ୟ ଫସଲ ବିକାଶ

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ। ବଳୀ

୧. ନିଜ ଜମିରେ ଘାସ ଚାଷ ପାଇଁ କଣ ସବୁ ସରକାରୀ ସୁବିଧା ଅଛି ?
ନିଜ ଜମି ରେ ଘାସ ଚାଷ ପାଇଁ ଋତୁକାଳିନ ଘାସ ମଞ୍ଜି ପୁଡିଆ ଯୋଜନାରେ ଖରିଫ ଓ ରବି ଋତୁ ରେ ମାଗଣାରେ ଘାସ ମଞ୍ଜି ମିଳିଥାଏ । ଏହାଛଡା ସରକାରୀ ସାହାଯ୍ୟ ମାଧ୍ୟମରେ ସବୁଦିନିଆ ଘାସ ଚାଷର ସୁବିଧା ମଧ୍ୟ ରହିଛି ।

୨. କମ ଚାଷ ଜମିରେ ଅଧିକ ଅମଳ ହେଉଥିବା ଘାସ ଗୁଡିକର ନାମ କଣ ?
ସଂକର ହାତିଆ ଘାସ ଚାଷ ଦ୍ଵାରା କମ ଜମିରୁ ଅଧିକ ଘାସ ଅମଳ ହୋଇଥାଏ । କୋଇମ୍ବାଟୁର-୫,ସମ୍ପୂର୍ଣା ଇତ୍ୟାଦି ଏହାର ଅଧିକ ଅମଳକ୍ଷମ କିସମ ଅଟେ ।

୩. ଫସଲ ଅବଶିଷ୍ଠାଂଶର ଖାଦ୍ୟଗୁଣାବତ୍ତା ବଢାଇବା ପାଇଁ କଣ କରାଯିବ ?
ଫସଲ ଅବଶିଷ୍ଠାଂଶରେ  ସୁପାଚ୍ୟ ପୁଷ୍ଟିସ।ର କମ ରହିଥାଏ ।ତାହାର ଖାଦ୍ୟ ଗୁଣ ବଢାଇବା ପାଇଁ ର।ବଗୁଡ,ଲୁଣ ,ୟୁରିଆ ସାର,ମକା ଗୁଣ୍ଡ ଏବଂ ଡାଇକଳସୀୟମ ଫସଫେଟର ଉପଚାର କରଯାଇଥାଏ।

୪. ତିରୋଟ ସମୟ ପାଇଁ ଘାସ କିପରି ସଂରକ୍ଷଣ  କରାଯିବ?
ଆମ ରାଜ୍ୟର ଶୀତ ଋତୁ ରେ ଓ ଖରା ଦିନେ  ସାଧାରଣତଃ ଘାସର ତିରୋଟ  ସମୟ । ତେଣୁ ଘାସ ଆଚାର ବ।  ସାଇଲେଜ ଓ ଘାସ ଶୁଖୁଆ ବା ହେ ଆକାରରେ ପ୍ରକ୍ରିୟାକରଣ କରି ତିରୋଟ ସମୟ ପାଇଁ ସଂରକ୍ଷଣ କରାଯାଏ।

୫. ଗୋଖାଦ୍ୟ ଅ।ଜୋଲ।ଚାଷ ପାଇଁ ସରକାରୀ ସହାୟତା କଣ ରହିବ?
ଅ।ଜୋଲ। ଏକ ଜଳଜ ପୁଷ୍ଟିସାର ଯୁକ୍ତ ସବୁଜ ଗୋଖାଦ୍ୟ ।ଏହା ଚାଷ ପାଇଁ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ରୋଜଗାର ଗ୍ୟାରଣ୍ଟୀ ଯୋଜନାରେ  ଗୋଟିଏ ଅ।ଜୋଲ। ପିଟ ପାଇଁ ଦୁଇ ହଜାର ଟଙ୍କାର ସହାୟତା ମିଳିପାରୁଛି ।

୬. ଆଠ ଲିଟର କ୍ଷୀର ଦେଉଥିବା ଦୁଧିଆଳୀ ଗାଈ କୁ କେତେ ପରିମାଣର ଦୈନିକ ଘାସ ଦିଆଯିବ  ଏବଂ କେତେ ପରିମାଣର ଦାନ। ଖର୍ଚ କମାଯାଇପାରିବ?
ଆଠ ଲିଟର କ୍ଷୀର ଦେଉଥିବା ଦୁଧିଆଳୀ ଗାଈ କୁ  ତିରିଶ କିଲୋଗ୍ରାମ ଶର୍କର। ଜାତୀୟ ଘାସ ଓ ଦଶ କିଲୋଗ୍ରାମ ଛୁଇଁ ଜାତୀୟ  ଘାସ ଦିଆଯାଏ । ତାହା ହେଲେ ତାକୁ ଏକ କିଲୋଗ୍ରାମ ରୁ ଦୁଇ କିଲୋଗ୍ରାମ ଦାନା ଦେଇ ପାଳନ କରାଯାଇପାରିବ ।

୭. ଅଧ ଏକର ଚାଷ  କରି ବର୍ଷ ସ।ରା କେତୋଟି ଗାଈକୁ ସବୁଜ ଗୋଖାଦ୍ୟ  ଯୋଗାଇ ଦିଆଯାଇପରିବ?
ଅଧ ଏକର ଜମିରେ ଉନ୍ନତ ଅମଳକ୍ଷମ ଘାସ ସଂକର ହାତିଆ ର କୋଇମ୍ବାଟୁର-୫,ସମ୍ପୂର୍ଣା ଇତ୍ୟାଦି ଚାଷ କଲେ ୩୦୦ ରୁ ୫୦୦ କୁଇଣ୍ଟାଲ ପର୍ଯ୍ୟନ୍ତ  ଘାସ ଅମଳ ହୋଇପାରିବ । ତେଣୁ ଗୋଟିଏ ଗାଈ କୁ ହାରାହାରି ବର୍ଷକୁ ୧୦୦ କୁଇଣ୍ଟାଲ ହିସାବରେ  ୩ ରୁ ୫ ଗୋଟି ଗାଈ କୁ ଦିଆଯାଇପରିବ।

୮. ଘାସ ଚାଷ ପାଇଁ  କେଉଁ ସରକାରୀ କର୍ମଚାରୀ ଙ୍କ ସହ ଯୋଗାଯୋଗ କରିବାକୁ ପଡିବ ?
ଗ୍ରାମାଞ୍ଚଳ ରେ ଥିବା ପ୍ରାଣିଧନ ନିରିକ୍ଷକ,ବ୍ଲକ ସ୍ତର ରେ ଥିବା ପ୍ରାଣୀ  ଚିକିତ୍ସ।  ଅଧିକାରୀ ,ଜିଲ୍ଲା ସ୍ତରରେ ଥିବା ତୃଣ ଉନ୍ନୟନ କର୍ମଚାରୀ ତଥା ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ILRI ର ସଂଯୋଜକ ମାନଙ୍କ ସହିତ ଯୋଗାଯୋଗ କଲେ ଘାସ ଚାଷ ପାଇଁ ସଠିକ ପରାମର୍ଶ ପାଇପାରିବେ।