କୁକ୍କୁଟ ବିକାଶ

‘ଅଣ୍ଡାଦିଆ କୁକୁଡା ପାଳନ ୟୁନିଟ’ ସମ୍ବନ୍ଧରେ ଚାଷୀଙ୍କ ଦ୍ଵାରା ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଓ ତାର ଉତ୍ତର

ପ୍ରଶ୍ନ ୧: ଅଣ୍ଡାଦିଆ କୁକୁଡା ଚିଆଁ କେଉଁଠାରେ ମିଳିବ ?
ଉତ୍ତର: ସରକାରୀ ଚିଆଁ ଉତ୍ପାଦନ କେନ୍ଦ୍ରରୁ ଉପଯୁକ୍ତ ମୂଲ୍ୟରେ କୁକୁଡା ଚିଆଁ ପାଇପାରିବେ।

ପ୍ରଶ୍ନ ୨: ଅଣ୍ଡାଦିଆ କୁକୁଡା ଫାର୍ମ ଭଳି ଏ କୁକୁଡା ଗୁଡିକୁ ପଞ୍ଜୁରୀରେ ରଖିବାକୁ ପଡିବ କି ?
ଉତ୍ତର: ନା, ଏହାକୁ ଡିପ ଲିଟର ଉପାୟରେ ପାଳନ କରାଯିବ।

ପ୍ରଶ୍ନ ୩: ଡିପ ଲିଟର କଣ ?
ଉତ୍ତର: କୁକୁଡା ପାଳନ ପାଇଁ ଚଟାଣରେ ଚାରି ପାଞ୍ଚ ଇଞ୍ଚ ବହଳର କୁଣ୍ଡ, କରତ ଗୁଣ୍ଡ, ଅଗାଡି ଗୁଣ୍ଡ ଓ ନଡା ଆଦି ବିଛାଯାଏ। ଏହାକୁ ଡିପ ଲିଟର କହନ୍ତି।

ପ୍ରଶ୍ନ ୪: ଗୋଟିଏ କୁକୁଡା ବର୍ଷକୁ କେତେ ଅଣ୍ଡା ଦେଇଥାଏ ?
ଉତ୍ତର: ଏହି ଉପାୟରେ ଗୋଟିଏ କୁକୁଡା ବର୍ଷକୁ ହାରାହାରି ୧୮୦ ରୁ ୨୦୦ ଅଣ୍ଡା ଦେଇଥାଏ ।

ପ୍ରଶ୍ନ ୫: ମାଈ କୁକୁଡା ଅଣ୍ଡା ଦେବା ପାଇଁ ଗଞ୍ଜା ଆବଶ୍ୟକ କି ?
ଉତ୍ତର: ନା, ବିନା ଗଞ୍ଜାରେ ମାଈ କୁକୁଡା ଅଣ୍ଡା ଦେବାରେ କିଛି ଅସୁବିଧା ନାହିଁ। ସେ ଅଣ୍ଡା ଗୁଡିକ ଖାଦ୍ୟ ରୂପେ ବ୍ୟବହାର କରାଯାଇ ପାରିବ।

ପ୍ରଶ୍ନ ୬: ଗଞ୍ଜାର ଆବଶ୍ୟକତା କଣ ?
ଉତ୍ତର: ଛୁଆ ଫୁଟାଇବା ପାଇଁ ବ୍ୟବହୃତ ଅଣ୍ଡାର ଉତ୍ପାଦନ ପାଇଁ ମାଈ କୁକୁଡା ସାଙ୍ଗରେ ଗଞ୍ଜା ରହିବାର ଆବଶ୍ୟକତା ଅଛି।

ପ୍ରଶ୍ନ ୭: କୁକୁଡା ଖାଦ୍ୟ କେଉଁଠାରେ ମିଳିବ?
ଉତ୍ତର: କୁକୁଡା ଖାଦ୍ୟ ବଜାରରେ ଉପଲବ୍ଧ। ସମସ୍ତ ଜିଲ୍ଲା ସଦର ମହକୁମା ଓ ଅନେକ ବ୍ଲକ ସଦର ମହକୁମା ବଜାରରେ ଏହା ଉପଲବ୍ଧ।

ପ୍ରଶ୍ନ ୮: କୁକୁଡା ଖାଦ୍ୟ ନିଜେ ପ୍ରସ୍ତୁତ କରିହେବେ କି ?
ଉତ୍ତର: ହଁ, ଉପଲବ୍ଧ ଚୂନି, ପିଡିଆ, ଖୁଦ, ମକା ଆଦିକୁ ଉଚିତ ଅନୁପାତରେ ମିଶ୍ରଣ କରି ନିଜେ ଘରେ କୁକୁଡା ଖାଦ୍ୟ ପ୍ରସ୍ତୁତ କରିପାରିବେ।

ପ୍ରଶ୍ନ ୯: କୁକୁଡା ଟୀକାକରଣ ପାଇଁ କେଉଁଠାକୁ ଯିବାକୁ ପଡିବ ?
ଉତ୍ତର: ଟୀକାକରଣ ପାଇଁ ନିକଟସ୍ଥ ପ୍ରାଣୀ ଚିକିତ୍ସକ କିମ୍ବା ପ୍ରାଣୀଧନ ନୀରିକ୍ଷକଙ୍କୁ ଯୋଗାଯୋଗ କଲେ ସେ ଟୀକାକରଣର ବ୍ୟବସ୍ଥା କରିଦେବେ।

ପ୍ରଶ୍ନ ୧୦: କୁକୁଡାଙ୍କୁ ରୋଗ ହେଲେ କଣ କରିବାକୁ ପଡିବ ?
ଉତ୍ତର: କୁକୁଡାଙ୍କୁ ରୋଗ ହେଲେ ନିକଟସ୍ଥ ପ୍ରାଣୀ ଚିକିତ୍ସକ କିମ୍ବା ପ୍ରାଣୀଧନ ନୀରିକ୍ଷକଙ୍କୁ ଯୋଗାଯୋଗ କରି ପରାମର୍ଶ ମତେ ନିୟମିତ ଔଷଧ ଦେବାର ବ୍ୟବସ୍ଥା କରିବେ।

ପ୍ରଶ୍ନ ୧୧: କୁକୁଡାଙ୍କୁ ସାଧାରଣତଃ କେଉଁ ପ୍ରକାରର ରୋଗ ହୋଇଥାଏ ?
ଉତ୍ତର: କୁକୁଡାଙ୍କୁ ସାଧାରଣତଃ ଘୁମା ରୋଗ ଓ କୁକୁଡା ବସନ୍ତ ରୋଗ ହୋଇଥାଏ ।

ପ୍ରଶ୍ନ ୧୨: ଏ କୁକୁଡାଙ୍କ ପାଇଁ ସ୍ଵତନ୍ତ୍ର ଗୃହର ବ୍ୟବସ୍ଥା କରିବାକୁ ପଡିବ କି ?
ଉତ୍ତର: ନା, ଏମାନେ ଦିନରେ ଚରିବୁଲି ଖାଇବେ। ରାତିରେ ରହିବା ପାଇଁ ଦେଶୀ କୁକୁଡା ରହିବା ପରି ଘରେ ଏମାନେ ରହିପାରିବେ। ଡିପ ଲିଟର ବ୍ୟବସ୍ଥା ଥିଲେ ଭଲ। ଦିନବେଳା ଅଣ୍ଡାଦେବା ସମୟରେ ଏମାନଙ୍କ ଉପରେ ନଜର ରଖିବା ଆବଶ୍ୟକ।